
ଚଳିତ ବର୍ଷ ବିଶେଷ ଆକର୍ଷଣ ଭାବେ ଟାଙ୍ଗୀ ବ୍ଲକ ର ବିଭିନ୍ନ ପ୍ରାନ୍ତରୁ
ପ୍ରଥମ ଦିନ ମହିଳା ମାନେ ଯୋଗ ଦେଇ ପୁଚି ଖେଳ,ଝୋଟି,ଦଉଡ଼ି ଡ଼ିଆଁ, ମିଉଜିକି ଚେଆର,ମେହେନ୍ଦି ଏବଂ ଦୋଳିଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେଵ।
ଦିତୀୟ ଦିବସରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶା ର ବିଭିନ୍ନ ଭାଗର ଓ ବହୁ ପ୍ରସିଦ୍ଧ ଡାକ୍ତର ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ସେହି ଭଳି ତୃତୀୟ ଦିବସରେ ରକ୍ତ ଦାନ ଶିବିର ଆୟୋଜନ କରା ଯାଇଛି ।
ଜନ ସାଧାରଣଙ୍କ ଆମୋଦ ଓ ପ୍ରମୋଦ ନିମନ୍ତେ ଦୋଳି,ମୀନା ବଜାର ଏବଂ ଖାଦ୍ୟପେୟ ଦୋକାନର ବ୍ୟବସ୍ଥା କରା ଯାଇଛି ।
ସ୍ଥାନୀୟ ବାସିନ୍ଦା ଏହି ଉତ୍ସଵକୁ ନେଇ ଅତି ଉତ୍ସାହିତ ଓ ଗର୍ବିତ…… ରଜ
ମହୋତ୍ସବ କୁହୁଡି ପାଇଁ କେବଳ ଏକ ପାରମ୍ପାରିକ ଉତ୍ସବ ନୁହେଁ ଏହା ଗାଁ ସାଂସ୍କୃତିକ ଅସ୍ଥିତ୍ବ ପରିଚୟ।
ଏହି କାର୍ଯ୍ୟକୁ ସରସ ସୁନ୍ଦର କରିବା ପାଇଁ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀମନ୍ତ ମହାପାତ୍ର ଓ ସଭାପତି ଶ୍ରୀମତି ପ୍ରିୟମ୍ବଦା ଅନୁରୋଧ କରିଛନ୍ତି ।