ଖଡ଼ିଛୁଆଁ ଦିବସରେ ନିମନ୍ତ୍ରଣ କାର୍ଡ ବାଣ୍ଟିଲେ ଗଣଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର :-ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଏକ୍ସବୋର୍ଡ ୟୁଜି ଏମ ସ୍କୁଲ ତରଫରୁ ବିଦ୍ୟାଳୟ ଅଧୀନସ୍ଥ ସାହି ଓ ପଡା ଗୁଡ଼ିକରେ ବୁଲି ଶିକ୍ଷା ସଚେତନତା ପାଇଁ, ଆଗାମୀ ଶିକ୍ଷା ବର୍ଷରେ ବିଦ୍ୟାରମ୍ଭ କରିବାକୁ ମନୋନୀତ ଶିକ୍ଷାର୍ଥୀ ମାନଙ୍କ ଅଭିଭାବକମାନଙ୍କୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭେଟି ଆଗାମୀ ଅପ୍ରେଲ ୨ ରେ ବିଦ୍ୟାଳୟରେ ହେବାକୁ ସ୍ଥିରୀକୃତ “ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ ଦିବସ” ପାଳନ ନିମନ୍ତେ ରାଜ୍ୟ ସରକାରଙ୍କର ନିମନ୍ତ୍ରଣ ପତ୍ର ସହ ଫୁଲତୋଡ଼ା ଦେଲେ। ବର୍ତ୍ତମାନ ନୂତନ ଶିକ୍ଷା ନୀତି ପ୍ରଣୟନ କରାଯିବାପରେ ସମଗ୍ର ରାଜ୍ୟରେ ରେ ପାଞ୍ଚ ବର୍ଷ ପୂରଣ କରିଥିବା ପିଲାଙ୍କୁ ଶିଶୁ ବାଟିକା ଏବଂ ଛଅ ବର୍ଷ ପୂରଣ କରିଥିବା ପିଲାଙ୍କୁ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି।ଏହି ନିମନ୍ତ୍ରଣ ପାତ୍ର ବଣ୍ଟନ ସମୟରେ ଉପସ୍ଥିତି ଥିଲେ ଡାବୁଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଞ୍ଜଜ ଗୁପ୍ତେ ପ୍ରସାଦ ନାଗ, ଆଞ୍ଚଳିକ ସାଧନ କେନ୍ଦ୍ର ସଞ୍ଜଜାକ ଧନଞ୍ଜୟ ବଡ଼ଜେନା,ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବନଳତା ମହାନ୍ତି ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନେକେ ସ୍ଥାନୀୟ ବିଜେପି ନେତା ମଧ୍ୟ ଉପସ୍ଥିତି ଥିଲେ।ରାଜ୍ୟ ସରକାର ତଥା ମୋହନ ସରକାର ଙ୍କ ଏଭଳି ପଦକ୍ଷେପ କୁ ଜନସାଧାରଣ ବେଶ ପ୍ରଶଂସା କରୁଛନ୍ତି।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

  • Related Posts

    କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

    ଚଳିତ ବର୍ଷ ବିଶେଷ ଆକର୍ଷଣ ଭାବେ ଟାଙ୍ଗୀ ବ୍ଲକ ର ବିଭିନ୍ନ ପ୍ରାନ୍ତରୁପ୍ରଥମ ଦିନ ମହିଳା ମାନେ ଯୋଗ ଦେଇ ପୁଚି ଖେଳ,ଝୋଟି,ଦଉଡ଼ି ଡ଼ିଆଁ, ମିଉଜିକି ଚେଆର,ମେହେନ୍ଦି ଏବଂ ଦୋଳିଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେଵ। ଦିତୀୟ ଦିବସରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ…

    Continue reading
    ଭିଜିଲାନ୍ସ_ଜାଲରେ_IAS

    ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଜୟପାଟଣା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଉପଜିଲ୍ଲାପାଳଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି। ସେ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଦାବି…

    Continue reading

    Other Articles

    କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

    • By Admin
    • June 12, 2025
    • 7 views
    କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

    ଭିଜିଲାନ୍ସ_ଜାଲରେ_IAS

    • By Admin
    • June 9, 2025
    • 12 views
    ଭିଜିଲାନ୍ସ_ଜାଲରେ_IAS

    ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

    • By Admin
    • June 9, 2025
    • 9 views
    ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

    ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

    • By Admin
    • June 8, 2025
    • 14 views
    ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

    ମୋହନାରେ ସାମନ୍ୟ ବର୍ଷା ରେ ପୋଲ ଉପରେ ଦୁଇ ପୁଟ ର ପାଣି

    • By Admin
    • May 25, 2025
    • 13 views
    ମୋହନାରେ ସାମନ୍ୟ ବର୍ଷା ରେ ପୋଲ ଉପରେ ଦୁଇ ପୁଟ ର ପାଣି

    ପୃଥକ ଦୁର୍ଘଟଣା ରେ 2 ମୃତ

    • By Admin
    • April 18, 2025
    • 23 views
    ପୃଥକ ଦୁର୍ଘଟଣା ରେ 2 ମୃତ