ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା


ମୋହନା ( ଅଂଶୁମାନ ପଣ୍ଡା ) ଗୁଣି ସନ୍ଦେହ ରେ ଜଣେ ବୃଦ୍ଧ ଙ୍କୁ ହତ୍ୟା କରି ପୋଡିଦେଲେ l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ l ମୃତକ ହେଲେ 60 ବର୍ଷୀୟ କାମ୍ବି ମଳିକ l ଗତ ମଙ୍ଗଳ ବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହାଡ଼ ପାଉଁଶ ଜବତ କରିଛି l ଘରେ କେହି ନଥିବା ବେଳେ ଗତ ମଙ୍ଗବାର ରାତିରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା କାମ୍ବି ଙ୍କ ପୁଅ ଝିଅ କହିଛନ୍ତି l ସେମାନେ କେହି ଘରେ ନଥିଲେ l ବାପା କାମ୍ବି ଏକା ଘରେ ଥିଲେ l ବୁଧବାର ସକାଳେ ପୁଅ ଝିଅ ଘରକୁ ଆସି ଦେଖିବା ବେଳେ ବାପା ଘରେ ନଥିଲେ l କିନ୍ତୁ ଘର ଆଗରେ ରକ୍ତ ଛିଟା ପଡ଼ିଥିବା ଦେଖି ମନରେ ସନ୍ଦେହ ଉପୁଜି ଥିଲା l ଏହା ପରଠାରୁ ବାପାଙ୍କୁ ଖୋଜିଥିଲେ l ତେବେ ବାପାଙ୍କୁ କିଛି ବ୍ୟକ୍ତି ଘର ଆଗରେ ହତ୍ୟାକରୀ ଗାଁ ଠାରୁ କିଛି ଦୂରରେ ପୋଡି ଦେଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକ l ତେବେ ଭୟରେ ପରିବାର ଲୋକ ରହିଥିଲେ l ଆଜି ମୋହନା ପୋଲିସ ଖବର ପାଇ କୁଇହୁରୁ ଗାଁରେ ପହଁଞ୍ଚି ତଦନ୍ତ ପରେ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ କରିଛି l ମୃତ କାମ୍ବି ଗାଁରେ କିଛି ଝlଡଫୁଙ୍କ କରିବା ସହ ଚେର ମୂଳି ଔଷଧ ଦେଉଥିଲେ l ତେଣୁ ତାଙ୍କୁ ଗୁଣି ସନ୍ଦେହରେ କିଛି ବ୍ୟକ୍ତି ମିଶି ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଘଟଣା ପରେ ଗାଁରେ ପୁରୁଷ ଶୂନ୍ୟ ଥିବା ଦେଖିବାକୁ ମିଳିଛି l

  • Related Posts

    କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

    ଚଳିତ ବର୍ଷ ବିଶେଷ ଆକର୍ଷଣ ଭାବେ ଟାଙ୍ଗୀ ବ୍ଲକ ର ବିଭିନ୍ନ ପ୍ରାନ୍ତରୁପ୍ରଥମ ଦିନ ମହିଳା ମାନେ ଯୋଗ ଦେଇ ପୁଚି ଖେଳ,ଝୋଟି,ଦଉଡ଼ି ଡ଼ିଆଁ, ମିଉଜିକି ଚେଆର,ମେହେନ୍ଦି ଏବଂ ଦୋଳିଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେଵ। ଦିତୀୟ ଦିବସରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ…

    Continue reading
    ଭିଜିଲାନ୍ସ_ଜାଲରେ_IAS

    ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଜୟପାଟଣା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଉପଜିଲ୍ଲାପାଳଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି। ସେ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଦାବି…

    Continue reading

    Other Articles

    କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

    • By Admin
    • June 12, 2025
    • 6 views
    କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

    ଭିଜିଲାନ୍ସ_ଜାଲରେ_IAS

    • By Admin
    • June 9, 2025
    • 11 views
    ଭିଜିଲାନ୍ସ_ଜାଲରେ_IAS

    ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

    • By Admin
    • June 9, 2025
    • 8 views
    ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

    ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

    • By Admin
    • June 8, 2025
    • 13 views
    ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

    ମୋହନାରେ ସାମନ୍ୟ ବର୍ଷା ରେ ପୋଲ ଉପରେ ଦୁଇ ପୁଟ ର ପାଣି

    • By Admin
    • May 25, 2025
    • 13 views
    ମୋହନାରେ ସାମନ୍ୟ ବର୍ଷା ରେ ପୋଲ ଉପରେ ଦୁଇ ପୁଟ ର ପାଣି

    ପୃଥକ ଦୁର୍ଘଟଣା ରେ 2 ମୃତ

    • By Admin
    • April 18, 2025
    • 22 views
    ପୃଥକ ଦୁର୍ଘଟଣା ରେ 2 ମୃତ