ଠାକୁରମୁଣ୍ଡା ବନବିଭାଗ କୁ ଗୋଟିଏ ପରେ ଗୋଟିଏ ସଫଳତା ତିନି ଦିନରେ ୨ କାଠ ଗାଡ଼ି ଜବତ

କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଙ୍କ ନିର୍ଦ୍ଦେଶକ୍ରମେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ବିଶେଷ ସୁତ୍ରରୁ ଖବର ପାଇ ତରାମରା ଗ୍ରାମ ପଞ୍ଚାୟତ ଡକେଇପାଳ ଗ୍ରାମ ର ରାନ୍ଦସାହି ରେ ଚଢ଼ାଉ କରି ଏକ ଶାଳ ଲକ୍ ବୋଝେଇ ଟାଟା ଜେନନ ପିକପ୍ ଗାଡ଼ି କୁ ଜଵଦ କରିଛନ୍ତି। ଠାକୁରମୁଣ୍ଡା ରେ ନୁତନ ଵନାଞ୍ଚଳ ଅଧିକାରୀ ଭାବରେ ଉମାକାନ୍ତ ବେହେରା ଜୋଗ ଦେବା ପରେ କାଠ ବେପାରୀ ଙ୍କ ମହଲରେ ଛନକା ପଶିଯାଇଛି। ଆଜି ରାତି କୋଟ ୩,୧୫ ମିନିଟ ସମୟରେ ବିଶେଷ ସୁତ୍ରରୁ ଖବର ପାଇ ଠାକୁରମୁଣ୍ଡା ଵନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ଙ୍କ ନେତୃତ୍ବରେ ଠାକୁରମୁଣ୍ଡା ବନବିଭାଗ କର୍ମଚାରୀ ଡକେଇପାଳ ଗ୍ରାମ ରାନ୍ଦସାହି ରାସ୍ତାରେ ପେଟ୍ରଲିଙ୍ଗ କରୁଥିବା ସମୟରେ ଏକ ଶାଳକାଠ ଲକ୍ ବୋଝେଇ ଟାଟା ଜେନନ (OD 09H 7372) ନମ୍ବର ପିକପ୍ ଗାଡ଼ି କୁ ଅଟକାଇ ଥିଲେ। ଅନ୍ଧାର ର ସୁଜୋଗ ନେଇ ପିକପ ର ଡ୍ରାଇଭର ଦୈାଡି ପଳାଇ ଯାଇଥିଲା। ବନବିଭାଗ ଏକ ଟ୍ରାକ୍ଟର ଯୋଗେ ଟାଣି ଟାଣି ଠାକୁରମୁଣ୍ଡା ବନବିଭାଗ କାର୍ଯ୍ୟାଳୟ କୁ ଆଣିଛନ୍ତି। ଆଜି ର ଏହି ଚଢ଼ାଉ କାର୍ଯ୍ୟକ୍ରମ ରେ ଠାକୁରମୁଣ୍ଡା ଫରେଷ୍ଟର ବିଦ୍ୟାଧର ମହାନ୍ତ, ଚମ୍ପାଝର ଫରେଷ୍ଟର ବନ୍ଦନା ମହାନ୍ତ , ଫରେଷ୍ଟ ଗାର୍ଡ ସୁଶାନ୍ତ କୁମାର ପଲେଇ , ଚିତ୍ତରଞ୍ଜନ ନାଏକ, ଏଵଂ ଠାକୁରମୁଣ୍ଡା ର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ। କାଠଗଣ୍ଡି ର ମୁଲ୍ୟ ଏକଲକ୍ଷ ରୁ ଅଧିକ ହେବ ବୋଲି ବନବିଭାଗ ସୁଚନା ଦେଇଛନ୍ତି। ଠାକୁରମୁଣ୍ଡା ଵନାଞ୍ଚଳ ଅଧିକାରୀ କେଶ୍ ନଂ ୨ /୨୦୨୫/୨୬ ରେ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛନ୍ତି।

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ରୁ ହରେକୃଷ୍ଣ ତ୍ରିପାଠୀ ଙ୍କ ରିପୋର୍ଟ

  • Related Posts

    ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
    • AdminAdmin
    • November 17, 2025

    ଓଡ଼ିଶାର ସୁନାମଧନ୍ୟ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ । ଭୁବନେଶ୍ୱର ଏମ୍ସରେ ତାଙ୍କ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ଲିଭର୍‌ ଓ କିଡନୀ ଜନିତ ରୋଗରେ ପୀଡ଼ିତ…

    Continue reading
    ରାଜଗାଙ୍ଗପୁର ପୌରପାଳିକା ରେ ବିଜେଡି ଦୁଇ ଫାଳ

    ପୌରପାଳିକା ଉପାଧ୍ୟକ୍ଷ ତଥା ବିଜେଡି ନେତା ଏମଡି ଇରଫାନଙ୍କର ଦଳବିରୋଧୀ କାର୍ଯ୍ୟ କୁ ନେଇ ଶଙ୍ଖ ଭବନରେ ଅଭିଯୋଗ କଲେ ଅଧ୍ଯକ୍ଷା,ବିଜେଡି କାଉନସିଲର ଓ ବରିଷ୍ଠ ବିଜେଡି କର୍ମୀ ରାଜଗାଙ୍ଗପୁର(ସୌମ୍ୟଜିତ ସ୍ୱାଇଁ)- ରାଜଗାଙ୍ଗପୁର ପୌରପାଳିକା ର ଉପାଧ୍ୟକ୍ଷ ତଥା ବିଜେଡି ନେତା…

    Continue reading

    Other Articles

    ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

    • By Admin
    • November 17, 2025
    • 34 views
    ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

    ରାଜଗାଙ୍ଗପୁର ପୌରପାଳିକା ରେ ବିଜେଡି ଦୁଇ ଫାଳ

    • By Admin
    • July 31, 2025
    • 53 views
    ରାଜଗାଙ୍ଗପୁର ପୌରପାଳିକା ରେ ବିଜେଡି ଦୁଇ ଫାଳ

    କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

    • By Admin
    • June 12, 2025
    • 59 views
    କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

    ଭିଜିଲାନ୍ସ_ଜାଲରେ_IAS

    • By Admin
    • June 9, 2025
    • 126 views
    ଭିଜିଲାନ୍ସ_ଜାଲରେ_IAS

    ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

    • By Admin
    • June 9, 2025
    • 55 views
    ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

    ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

    • By Admin
    • June 8, 2025
    • 111 views
    ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା