
ମୋହନା ( ଅଂଶୁମାନ ପଣ୍ଡା ) ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ ଜଳସେଚନ ପ୍ରକଳ୍ପ l ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ ଛେଳିଗଡ ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି ଏହି ପ୍ରକଳ୍ପ । ଏହି ପ୍ରକଳ୍ପ ପାଇଁ ମୋହନ ସରକାର ପୁଣି 151 କୋଟି ଟଙ୍କା ମଞ୍ଜୁର କରିଛନ୍ତି l ସରକାର କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି ହେଲେ ସୁଧୁରୁନି ବିସ୍ଥାପିତାଙ୍କ ସମସ୍ୟା l ଗ୍ରାଉଣ୍ଡ ଜିରୋରୁ ଦେଖିବା ଏହି ରିପୋର୍ଟ l
2005 ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ବର୍ତମାନ ସୁଦ୍ଧା ୯୩୬.୬୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବେଳେ ଏହି ପ୍ରକଳ୍ପ ତ୍ୱରାନ୍ୱିତ କରିବା ସହ 262 କିମି କଂକ୍ରିଟ ଡ୍ୟାମ ନିର୍ମାଣ ଓ 7 ଟି ରେଡ଼ିଲ ଗେଟ ନିର୍ମାଣ ପାଇଁ ପୁଣି ମୋହନ ସରକାର ଗତକାଲି କ୍ୟାବିନେଟ ବୈଠକରେ 151 କୋଟି ଟଙ୍କା ମଞ୍ଜୁର କରିଛନ୍ତି l ହେଲେ ପୂର୍ଵ ସରକାର ସମୟରେ ଟଙ୍କା ମଞ୍ଜୁର ହେଉଥିଲା କିନ୍ତୁ ସଠିକ ଭାବେ କାର୍ଯ୍ୟକାରୀ ହେଉନଥିଲା l ବର୍ତମାନ ସରକାର ଏହି ଭୁଲ ନକରି ଗ୍ରାଉଣ୍ଡ ଜୀରୋ କୁ ଆସି ଲୋକଙ୍କ ସହ ଆଲୋଚନା କରି ଭିଟାମାଟି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା l
ପୂର୍ବରୁ ଏହି ପ୍ରକଳ୍ପ ପାଇଁ ୧୨୮୦ ମିଟର ଦୀର୍ଘ ଏକ ଲମ୍ବା ଟନେଲ ଖୋଳାଯାଇଛି । ଏହାଦ୍ବାରା ଗଞ୍ଜାମ ଜିଲ୍ଲାକୁ ପାଣି ଯାଇପାରିବ। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାପରେ ଏଥିରେ ୫୨୦୧ ହେକ୍ଟର ମିଟର ପାଣି ସଂରକ୍ଷିତ କରି ରଖାଯାଇପାରିବ ଏବଂ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଓ ଗଜପତିର ୫୦୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । ଏଥିସହ 36 ମେଗା ୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ l ଏହାଦ୍ବାରା ବ୍ରହ୍ମପୁର ସହରକୁ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯିବ। ହେଲେ ଗୋଟିଏ ପଟେ ସରକାର ଏହି ପ୍ରକଳ୍ପ କୁ ତ୍ୱରାନ୍ୱିତ କରିବାକୁ କୋଟି କୋଟି ଟଙ୍କା ମଞ୍ଜୁର କରୁଥିବା ବେଳେ ସୁଧୁରୁନି ବିସ୍ଥାପିତ ଙ୍କ ସମସ୍ୟା l ପ୍ରଥମେ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ନକରି ପ୍ରକଳ୍ପ କରିବା କୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଧା l ବିସ୍ଥାପିତଙ୍କ ଦୁଃଖ ନବୁଝି ସରକାର ଜୋର ଜବରଦସ୍ତି ପ୍ରକଳ୍ପ ନିର୍ମାଣ କଲେ ରକ୍ତ ଦେବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ଚେତାବନୀ ବିସ୍ଥାପିତ ସଂଗ୍ରାମ ସମିତିର ସଭାପତି l
ପ୍ରକଳ୍ପ ଆରମ୍ଭ ବେଳେ ସରକାର ବିସ୍ଥାପିତ ଲୋକଙ୍କୁ ଅନେକ ସ୍ବପ୍ନ ଦେଖାଇଥିଲେ l ପ୍ରତି ପରିବାର କୁ 5 ଏକର ଜମି, ଘର ଓ ଚାକିରୀ ଦେବାକୁ କହି ପ୍ରକଳ୍ପ ଆରମ୍ଭ କଲେ l ହେଲେ ସରକାର ଆମକୁ ଭଣ୍ଡାଇ ଦେଲେ l ଲୋକଙ୍କୁ ସବୁ ସୁବିଧା ଦିଆଯାଇଛି ବୋଲି କହୁଛନ୍ତି ହେଲେ କିଛି ଦେଇନାହାନ୍ତି l ଗଞ୍ଜାମ ଜିଲ୍ଲାର ଶାନ୍ତରାପୁର ଠାରେ ବିସ୍ଥାପିତ ଙ୍କୁ ଘର ଦିଆଯାଇଛି ବୋଲି କହୁଛନ୍ତି l କିନ୍ତୁ ଏପର୍ଯ୍ୟନ୍ତ ସରକାର କୌଣସି ସୁବିଧା ଦେଇନଥିବା ଅଭିଯୋଗ କରିଛନ୍ତି l ଯଦି ସେମାନଙ୍କ ଦୁଃଖ ନ ବୁଝି, ଉପଯୁକ୍ତ ଥଇଥାନ ନକଲେ ଭିଟାମାଟି ଛାଡ଼ିବୁ ନାହିଁ ବୋଲି କହିଛନ୍ତି ବିସ୍ଥାପିତ ପରିବାର l ଏହି ପ୍ରକଳ୍ପ ହେଲେ ୧୫ଟି ଗାଁର କ୍ଷତିଗ୍ରସ୍ତହେଉଥିବା ବେଳେ ତିଳିଗାଁ, କାକିଲି, ବିଦ୍ୟାଧରପୁର, ଚଢିଆପଦା ଓ ସୁଗୁବା ଆଦି 5 ଟି ଗାଁ ସମ୍ପୂର୍ଣ୍ଣ ବୁଡ଼ିଯିବ l ସେଥିପାଇଁ ଆମେ କଉଠି ରହିବୁ କଣ କରି ବଞ୍ଚିବୁ ବୋଲି ପ୍ରଶ୍ନ କରିଛନ୍ତି ଲୋକେ l
ପୂର୍ବ ର ବିଜେଡି ସରକାର ବିସ୍ଥାପିତ ଲୋକଙ୍କୁ ଭଣ୍ଡାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ହେଲେ ନା ପ୍ରକଳ୍ପ କାମ ସରୁଛି ନା ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇଛି l ଏବେ ମୋହନ ସରକାରଙ୍କ ଉପରେ ଆଶା ବାନ୍ଧିଛନ୍ତି ବିସ୍ଥାପିତ ପରିବାର l ଲୋକଙ୍କ ବିଶ୍ୱାସ ରହିଛି ଯେ ମୋହନ ସରକାର ସେମାନଙ୍କ ଦୁଃଖ ବୁଝିବେ l