
ମିଆଁମାର ଥାଇଲାଣ୍ଡ ପରେ ଭୂମିକମ୍ପରେ ଥରିଲା ପାକିସ୍ତାନ । ଆଜି ଭୋର ପ୍ରାୟ ୩ଟାରେ ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ପାଖାପାଖି ୪.୩ ରହିଛି । ବର୍ତ୍ତମାନସୁଦ୍ଧା କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ଏହାପୂର୍ବରୁ ଗତକାଲି ବେଲୁଚିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଇଦ୍ ଦିନ କରାଚୀରେ ହୋଇଥିବା ଭୂମିକମ୍ପର କିଛି ଘଣ୍ଟା ପରେ ଏହି ଭୂମିକମ୍ପ ଆସିଥିଲା, ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । USGS ଅନୁଯାୟୀ, ବେଲୁଚିସ୍ତାନର ବାରଖାନ ଜିଲ୍ଲାରେ ହୋଇଥିବା ଭୂମିକମ୍ପର ତୀବ୍ରତା ୩.୯ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଭୂମିରୁ ୧୨ କିଲୋମିଟର ଗଭୀରରେ ଅବସ୍ଥିତ ଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ବାରଖାନରୁ ଉତ୍ତର-ପଶ୍ଚିମରେ ୫୯ କିଲୋମିଟର ଦୂରରେ ଥିଲା। ତଥାପି, ଭୂମିକମ୍ପଗୁଡ଼ିକ ମୃଦୁ ଥିବାରୁ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ