
ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ । ଡିସେମ୍ବର ୯ ତାରିଖରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ୫ ମ୍ୟାଚ ବିଶିଷ୍ଟ ସିରିଜରେ କଟକରେ ହେବ ପ୍ରଥମ ମୁକାବିଲା । କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ବାରବାଟୀକୁ ମିଳିଲା ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ୍ । ଟି-୨୦ ମ୍ୟାଚ୍ ହେବା ନେଇ ଖବର ମିଳିବା ପରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ତେବେ ଇଂଲଣ୍ଡ ସହ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ୍ ଲିଭିବା ଘଟଣାର ଯେମିତି ପୁନରାବୃତ୍ତି ନହୁଏ, ସେନେଇ ଓସିଏ ଯତ୍ନବାନ ହେବାକୁ କ୍ରୀଡ଼ାବିତ୍ ପରାମର୍ଶ ଦେଇଛନ୍ତି ।