
ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି
ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି । ସ୍ଥିତି ପୂରା ଅଣାୟତ୍ତ । ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । କିଛି ମାନୁନାହାନ୍ତି, କିଛି ଶୁଣୁନାହାନ୍ତି କଂଗ୍ରେସ କର୍ମୀ l ଭୁବନେଶ୍ୱର ଲୋଏର ପିଏମଜିରେ କଂଗ୍ରେସ କର୍ମୀଙ୍କ ଗର୍ଜନ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି କଂଗ୍ରେସ କର୍ମୀ । ଘଣ୍ଟ, ଝାଞ୍ଜ ବଜାଇ କରୁଛନ୍ତି ପ୍ରତିବାଦ । ଗୋଟିଏ ବ୍ୟାରିକେଡ ଭାଙ୍ଗି ଆଉ ଦୁଇଟି ବ୍ୟାରିକେଡ ପାଖରେ ପହଞ୍ଚିଛନ୍ତି ।ପାଣି ବୋତଲ ମଧ୍ୟ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ଫିଙ୍ଗା ଫୋପଡ଼ା କରିଛନ୍ତି । କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ । କଂଗ୍ରେସ କର୍ମୀଙ୍କ ଉପରେ ପାଣି ମଧ୍ୟ ମାଡ଼ କରିଛି ପୋଲିସ । ଏସବୁ ସତ୍ତ୍ବେ କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ନାକେଦମ୍ ପୋଲିସ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଟିୟର ଗ୍ୟାସ୍ ପ୍ରୟୋଗ କରିଛି ପୋଲିସ । ତଥାପି ଅଣାୟତ ରହିଛି ସ୍ଥିତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଛାଉଣୀ ହୋଇଛି । ଧସ୍ତାଧସ୍ତିରେ କିଛି ପୋଲିସକର୍ମୀ ଓ କଂଗ୍ରେସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି ।