ଭୂମିକମ୍ପରେ ଥରିଲା ମିଆଁମାର

ଭୂମିକମ୍ପରେ ଥରିଲା ମିଆଁମାର । ୭.୨ ଓ ୭.୦ ତୀବ୍ରତାରେ ୨ଥର ଜୋରଦାର ଝଟ୍‌କା ହୋଇଛି । ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ମିଆଁମାରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତୀବ୍ରତା ଏତେ ଅଧିକ ଥିଲା ଯେ ପଡୋଶୀ ଦେଶ ବାଂଲାଦେଶ, ଚୀନ୍, ଲାଓସ୍ ଏବଂ ଥାଇଲ୍ୟାଣ୍ଡ ମଧ୍ୟ ପ୍ରଭାବିତ ହୋଇଛି l ମିଆଁମାରର ଇରାବାଡି ନଦୀ ଉପରେ ଥିବା ଐତିହାସିକ ଆଭା ବ୍ରିଜ ଧସିଯାଇଥିବା ସୂଚନା ମିଳିଛି। ମିଆଁମାରର ସାଗାଇଙ୍ଗ ରହିଥିଲା ଭୂକମ୍ପର କେନ୍ଦ୍ରସ୍ଥଳ। ଅନେକ ସ୍ଥାନରେ ଜଳ ପ୍ଲାବନ ମଧ୍ୟ ବୃଦ୍ଧି ପାଉଥିବା ସୂଚନା ମିଳିଛି। ମିଆଁମାର, ଥାଇଲାଣ୍ଡ ସମେତ ଚୀନର ଦକ୍ଷିଣ ପଶ୍ଚିମ ଅନ୍ତର୍ଗତ ୟୁନାନ ପ୍ରଜାତନ୍ତ୍ର ବି କ୍ଷତିଗ୍ରସ୍ତ ହୋଇଛି। ପଶ୍ଚିମ ଦିଗରୁ ପ୍ରାୟ ୧୬ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା । ମିଆଁମାର ବ୍ୟତୀତ ବ୍ୟାଙ୍କ୍‌କରେ ବି ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଝଟକା ପରେ ଭୟରେ ଲୋକମାନେ ଅଫିସ୍ ଏବଂ ଦୋକାନଗୁଡିକ ବାହାରକୁ ବାହାରି ଆସିଥିଲେ । 

Related Posts

ପାକିସ୍ତାନରେ ଭୂମିକମ୍ପ 

ମିଆଁମାର ଥାଇଲାଣ୍ଡ ପରେ ଭୂମିକମ୍ପରେ ଥରିଲା ପାକିସ୍ତାନ । ଆଜି ଭୋର ପ୍ରାୟ ୩ଟାରେ ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ପାଖାପାଖି ୪.୩ ରହିଛି । ବର୍ତ୍ତମାନସୁଦ୍ଧା କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ଏହାପୂର୍ବରୁ ଗତକାଲି…

Continue reading
ମିଆଁମାରକୁ ସହାୟତାର ହାତ ବଢାଇଲା ଭାରତ

ଭୂକମ୍ପ ଝଟକା: ବଢୁଛି ମୃତ୍ୟୁ ସଂଖ୍ୟା ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ୧୫ ଟନରୁ ଉର୍ଦ୍ଧ୍ବ ରିଲିଫ୍ ସାମଗ୍ରୀ ପଠାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ତମ୍ବୁ ସାଙ୍ଗକୁ କମ୍ବଳ, ଖାଦ୍ୟ, ଜଳ ବିଶୋଧକ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍…

Continue reading

Other Articles

କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

  • By Admin
  • June 12, 2025
  • 7 views
କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

ଭିଜିଲାନ୍ସ_ଜାଲରେ_IAS

  • By Admin
  • June 9, 2025
  • 12 views
ଭିଜିଲାନ୍ସ_ଜାଲରେ_IAS

ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

  • By Admin
  • June 9, 2025
  • 9 views
ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

  • By Admin
  • June 8, 2025
  • 14 views
ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ମୋହନାରେ ସାମନ୍ୟ ବର୍ଷା ରେ ପୋଲ ଉପରେ ଦୁଇ ପୁଟ ର ପାଣି

  • By Admin
  • May 25, 2025
  • 13 views
ମୋହନାରେ ସାମନ୍ୟ ବର୍ଷା ରେ ପୋଲ ଉପରେ ଦୁଇ ପୁଟ ର ପାଣି

ପୃଥକ ଦୁର୍ଘଟଣା ରେ 2 ମୃତ

  • By Admin
  • April 18, 2025
  • 24 views
ପୃଥକ ଦୁର୍ଘଟଣା ରେ 2 ମୃତ