ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଗର୍ଜିଲା କଂଗ୍ରେସ

ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି

ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି । ସ୍ଥିତି ପୂରା ଅଣାୟତ୍ତ । ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । କିଛି ମାନୁନାହାନ୍ତି, କିଛି ଶୁଣୁନାହାନ୍ତି କଂଗ୍ରେସ କର୍ମୀ l ଭୁବନେଶ୍ୱର ଲୋଏର ପିଏମଜିରେ କଂଗ୍ରେସ କର୍ମୀଙ୍କ ଗର୍ଜନ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି କଂଗ୍ରେସ କର୍ମୀ । ଘଣ୍ଟ, ଝାଞ୍ଜ ବଜାଇ କରୁଛନ୍ତି ପ୍ରତିବାଦ । ଗୋଟିଏ ବ୍ୟାରିକେଡ ଭାଙ୍ଗି ଆଉ ଦୁଇଟି ବ୍ୟାରିକେଡ ପାଖରେ ପହଞ୍ଚିଛନ୍ତି ।ପାଣି ବୋତଲ ମଧ୍ୟ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ଫିଙ୍ଗା ଫୋପଡ଼ା କରିଛନ୍ତି । କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ । କଂଗ୍ରେସ କର୍ମୀଙ୍କ ଉପରେ ପାଣି ମଧ୍ୟ ମାଡ଼ କରିଛି ପୋଲିସ । ଏସବୁ ସତ୍ତ୍ବେ କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ନାକେଦମ୍‌ ପୋଲିସ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଟିୟର ଗ୍ୟାସ୍ ପ୍ରୟୋଗ କରିଛି ପୋଲିସ । ତଥାପି ଅଣାୟତ ରହିଛି ସ୍ଥିତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଛାଉଣୀ ହୋଇଛି । ଧସ୍ତାଧସ୍ତିରେ କିଛି ପୋଲିସକର୍ମୀ ଓ କଂଗ୍ରେସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି ।

  • Related Posts

    ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
    • AdminAdmin
    • November 17, 2025

    ଓଡ଼ିଶାର ସୁନାମଧନ୍ୟ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ । ଭୁବନେଶ୍ୱର ଏମ୍ସରେ ତାଙ୍କ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ଲିଭର୍‌ ଓ କିଡନୀ ଜନିତ ରୋଗରେ ପୀଡ଼ିତ…

    Continue reading
    ରାଜଗାଙ୍ଗପୁର ପୌରପାଳିକା ରେ ବିଜେଡି ଦୁଇ ଫାଳ

    ପୌରପାଳିକା ଉପାଧ୍ୟକ୍ଷ ତଥା ବିଜେଡି ନେତା ଏମଡି ଇରଫାନଙ୍କର ଦଳବିରୋଧୀ କାର୍ଯ୍ୟ କୁ ନେଇ ଶଙ୍ଖ ଭବନରେ ଅଭିଯୋଗ କଲେ ଅଧ୍ଯକ୍ଷା,ବିଜେଡି କାଉନସିଲର ଓ ବରିଷ୍ଠ ବିଜେଡି କର୍ମୀ ରାଜଗାଙ୍ଗପୁର(ସୌମ୍ୟଜିତ ସ୍ୱାଇଁ)- ରାଜଗାଙ୍ଗପୁର ପୌରପାଳିକା ର ଉପାଧ୍ୟକ୍ଷ ତଥା ବିଜେଡି ନେତା…

    Continue reading

    Other Articles

    ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

    • By Admin
    • November 17, 2025
    • 34 views
    ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

    ରାଜଗାଙ୍ଗପୁର ପୌରପାଳିକା ରେ ବିଜେଡି ଦୁଇ ଫାଳ

    • By Admin
    • July 31, 2025
    • 52 views
    ରାଜଗାଙ୍ଗପୁର ପୌରପାଳିକା ରେ ବିଜେଡି ଦୁଇ ଫାଳ

    କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

    • By Admin
    • June 12, 2025
    • 58 views
    କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

    ଭିଜିଲାନ୍ସ_ଜାଲରେ_IAS

    • By Admin
    • June 9, 2025
    • 126 views
    ଭିଜିଲାନ୍ସ_ଜାଲରେ_IAS

    ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

    • By Admin
    • June 9, 2025
    • 55 views
    ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

    ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

    • By Admin
    • June 8, 2025
    • 111 views
    ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା