ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

ମୋହନା  ( ଅଂଶୁମାନ ପଣ୍ଡା ) ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ ଜଳସେଚନ ପ୍ରକଳ୍ପ l ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍‌ ଛେଳିଗଡ ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି ଏହି ପ୍ରକଳ୍ପ । ଏହି ପ୍ରକଳ୍ପ ପାଇଁ ମୋହନ ସରକାର ପୁଣି 151 କୋଟି ଟଙ୍କା ମଞ୍ଜୁର କରିଛନ୍ତି l ସରକାର କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି ହେଲେ ସୁଧୁରୁନି ବିସ୍ଥାପିତାଙ୍କ ସମସ୍ୟା l ଗ୍ରାଉଣ୍ଡ ଜିରୋରୁ ଦେଖିବା ଏହି ରିପୋର୍ଟ l
2005 ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ବର୍ତମାନ ସୁଦ୍ଧା ୯୩୬.୬୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବେଳେ ଏହି ପ୍ରକଳ୍ପ ତ୍ୱରାନ୍ୱିତ କରିବା ସହ 262 କିମି କଂକ୍ରିଟ ଡ୍ୟାମ ନିର୍ମାଣ ଓ 7 ଟି ରେଡ଼ିଲ ଗେଟ ନିର୍ମାଣ ପାଇଁ ପୁଣି ମୋହନ ସରକାର ଗତକାଲି କ୍ୟାବିନେଟ ବୈଠକରେ 151 କୋଟି ଟଙ୍କା ମଞ୍ଜୁର କରିଛନ୍ତି l ହେଲେ ପୂର୍ଵ ସରକାର ସମୟରେ ଟଙ୍କା ମଞ୍ଜୁର ହେଉଥିଲା କିନ୍ତୁ ସଠିକ ଭାବେ କାର୍ଯ୍ୟକାରୀ ହେଉନଥିଲା l ବର୍ତମାନ ସରକାର ଏହି ଭୁଲ ନକରି ଗ୍ରାଉଣ୍ଡ ଜୀରୋ କୁ ଆସି ଲୋକଙ୍କ ସହ ଆଲୋଚନା କରି ଭିଟାମାଟି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା l
ପୂର୍ବରୁ ଏହି ପ୍ରକଳ୍ପ ପାଇଁ ୧୨୮୦ ମିଟର ଦୀର୍ଘ ଏକ ଲମ୍ବା ଟନେଲ ଖୋଳାଯାଇଛି । ଏହାଦ୍ବାରା ଗଞ୍ଜାମ ଜିଲ୍ଲାକୁ ପାଣି ଯାଇପାରିବ। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାପରେ ଏଥିରେ ୫୨୦୧ ହେକ୍ଟର ମିଟର ପାଣି ସଂରକ୍ଷିତ କରି ରଖାଯାଇପାରିବ ଏବଂ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଓ ଗଜପତିର ୫୦୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । ଏଥିସହ 36 ମେଗା ୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ l ଏହାଦ୍ବାରା ବ୍ରହ୍ମପୁର ସହରକୁ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯିବ। ହେଲେ ଗୋଟିଏ ପଟେ ସରକାର ଏହି ପ୍ରକଳ୍ପ କୁ ତ୍ୱରାନ୍ୱିତ କରିବାକୁ କୋଟି କୋଟି ଟଙ୍କା ମଞ୍ଜୁର କରୁଥିବା ବେଳେ ସୁଧୁରୁନି ବିସ୍ଥାପିତ ଙ୍କ ସମସ୍ୟା l ପ୍ରଥମେ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ନକରି ପ୍ରକଳ୍ପ କରିବା କୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଧା l ବିସ୍ଥାପିତଙ୍କ ଦୁଃଖ ନବୁଝି ସରକାର ଜୋର ଜବରଦସ୍ତି ପ୍ରକଳ୍ପ ନିର୍ମାଣ କଲେ ରକ୍ତ ଦେବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ଚେତାବନୀ ବିସ୍ଥାପିତ ସଂଗ୍ରାମ ସମିତିର ସଭାପତି l
ପ୍ରକଳ୍ପ ଆରମ୍ଭ ବେଳେ ସରକାର ବିସ୍ଥାପିତ ଲୋକଙ୍କୁ ଅନେକ ସ୍ବପ୍ନ ଦେଖାଇଥିଲେ l ପ୍ରତି ପରିବାର କୁ 5 ଏକର ଜମି, ଘର ଓ ଚାକିରୀ ଦେବାକୁ କହି ପ୍ରକଳ୍ପ ଆରମ୍ଭ କଲେ l ହେଲେ ସରକାର ଆମକୁ ଭଣ୍ଡାଇ ଦେଲେ l ଲୋକଙ୍କୁ ସବୁ ସୁବିଧା ଦିଆଯାଇଛି ବୋଲି କହୁଛନ୍ତି ହେଲେ କିଛି ଦେଇନାହାନ୍ତି l ଗଞ୍ଜାମ ଜିଲ୍ଲାର ଶାନ୍ତରାପୁର ଠାରେ ବିସ୍ଥାପିତ ଙ୍କୁ ଘର ଦିଆଯାଇଛି ବୋଲି କହୁଛନ୍ତି l କିନ୍ତୁ ଏପର୍ଯ୍ୟନ୍ତ ସରକାର କୌଣସି ସୁବିଧା ଦେଇନଥିବା ଅଭିଯୋଗ କରିଛନ୍ତି l ଯଦି ସେମାନଙ୍କ ଦୁଃଖ ନ ବୁଝି, ଉପଯୁକ୍ତ ଥଇଥାନ ନକଲେ ଭିଟାମାଟି ଛାଡ଼ିବୁ ନାହିଁ ବୋଲି କହିଛନ୍ତି ବିସ୍ଥାପିତ ପରିବାର l ଏହି ପ୍ରକଳ୍ପ ହେଲେ ୧୫ଟି ଗାଁର କ୍ଷତିଗ୍ରସ୍ତହେଉଥିବା ବେଳେ ତିଳିଗାଁ, କାକିଲି, ବିଦ୍ୟାଧରପୁର, ଚଢିଆପଦା ଓ ସୁଗୁବା ଆଦି 5 ଟି ଗାଁ ସମ୍ପୂର୍ଣ୍ଣ ବୁଡ଼ିଯିବ l ସେଥିପାଇଁ ଆମେ କଉଠି ରହିବୁ କଣ କରି ବଞ୍ଚିବୁ ବୋଲି ପ୍ରଶ୍ନ କରିଛନ୍ତି ଲୋକେ l
ପୂର୍ବ ର ବିଜେଡି ସରକାର ବିସ୍ଥାପିତ ଲୋକଙ୍କୁ ଭଣ୍ଡାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ହେଲେ ନା ପ୍ରକଳ୍ପ କାମ ସରୁଛି ନା ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇଛି l ଏବେ ମୋହନ ସରକାରଙ୍କ ଉପରେ ଆଶା ବାନ୍ଧିଛନ୍ତି ବିସ୍ଥାପିତ ପରିବାର l ଲୋକଙ୍କ ବିଶ୍ୱାସ ରହିଛି ଯେ ମୋହନ ସରକାର ସେମାନଙ୍କ ଦୁଃଖ ବୁଝିବେ l

  • Related Posts

    ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
    • AdminAdmin
    • November 17, 2025

    ଓଡ଼ିଶାର ସୁନାମଧନ୍ୟ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ । ଭୁବନେଶ୍ୱର ଏମ୍ସରେ ତାଙ୍କ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ଲିଭର୍‌ ଓ କିଡନୀ ଜନିତ ରୋଗରେ ପୀଡ଼ିତ…

    Continue reading
    ରାଜଗାଙ୍ଗପୁର ପୌରପାଳିକା ରେ ବିଜେଡି ଦୁଇ ଫାଳ

    ପୌରପାଳିକା ଉପାଧ୍ୟକ୍ଷ ତଥା ବିଜେଡି ନେତା ଏମଡି ଇରଫାନଙ୍କର ଦଳବିରୋଧୀ କାର୍ଯ୍ୟ କୁ ନେଇ ଶଙ୍ଖ ଭବନରେ ଅଭିଯୋଗ କଲେ ଅଧ୍ଯକ୍ଷା,ବିଜେଡି କାଉନସିଲର ଓ ବରିଷ୍ଠ ବିଜେଡି କର୍ମୀ ରାଜଗାଙ୍ଗପୁର(ସୌମ୍ୟଜିତ ସ୍ୱାଇଁ)- ରାଜଗାଙ୍ଗପୁର ପୌରପାଳିକା ର ଉପାଧ୍ୟକ୍ଷ ତଥା ବିଜେଡି ନେତା…

    Continue reading

    Other Articles

    ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

    • By Admin
    • November 17, 2025
    • 47 views
    ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

    ରାଜଗାଙ୍ଗପୁର ପୌରପାଳିକା ରେ ବିଜେଡି ଦୁଇ ଫାଳ

    • By Admin
    • July 31, 2025
    • 62 views
    ରାଜଗାଙ୍ଗପୁର ପୌରପାଳିକା ରେ ବିଜେଡି ଦୁଇ ଫାଳ

    କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

    • By Admin
    • June 12, 2025
    • 66 views
    କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

    ଭିଜିଲାନ୍ସ_ଜାଲରେ_IAS

    • By Admin
    • June 9, 2025
    • 134 views
    ଭିଜିଲାନ୍ସ_ଜାଲରେ_IAS

    ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

    • By Admin
    • June 9, 2025
    • 63 views
    ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

    ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

    • By Admin
    • June 8, 2025
    • 119 views
    ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା