ପୌରପାଳିକା ଉପାଧ୍ୟକ୍ଷ ତଥା ବିଜେଡି ନେତା ଏମଡି ଇରଫାନଙ୍କର ଦଳବିରୋଧୀ କାର୍ଯ୍ୟ କୁ ନେଇ ଶଙ୍ଖ ଭବନରେ ଅଭିଯୋଗ କଲେ ଅଧ୍ଯକ୍ଷା,ବିଜେଡି କାଉନସିଲର ଓ ବରିଷ୍ଠ ବିଜେଡି କର୍ମୀ
ରାଜଗାଙ୍ଗପୁର(ସୌମ୍ୟଜିତ ସ୍ୱାଇଁ)- ରାଜଗାଙ୍ଗପୁର ପୌରପାଳିକା ର ଉପାଧ୍ୟକ୍ଷ ତଥା ବିଜେଡି ନେତା ଏମଡି ଇରଫାନ ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ ପୌରପାଳିକା ର ଅଧ୍ୟକ୍ଷା ମାଧୁରୀ ଲୁଗୁନ, ବିଜେଡି କାଉନସିଲର ଓ କର୍ମୀ ମାନେ ଶଙ୍ଖ ଭବନ ରେ ବରିଷ୍ଠ ନେତା ଙ୍କୁ ସାକ୍ଷାତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ପୌରପାଳିକା ର ଉପାଧ୍ୟକ୍ଷ ଏମଡି ଇରଫାନ ଗତ କିଛି ମାସ ହେବ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ଯାହା ଫଳରେ ଦଳ କୁ କ୍ଷତି ପହଂଚାଉଛି। ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସହ ମିଶି ସଂଗଠନ କରି କାର୍ଯ୍ୟ କରୁଛନ୍ତି। ଯାହା ପୌରପାଳିକା ରେ ଦଳ ପ୍ରତି କ୍ଷତି ପହଂଚାଉଛି। ଉପାଧ୍ୟକ୍ଷ ଏମଡି ଇରଫାନ ଦଳର ବରିଷ୍ଠ ନେତା ଅମରେଶ ଚନ୍ଦ୍ର ପଣ୍ଡା, ଜିତେନ୍ଦ୍ର ଦାସ,ଏମଡି ସାହାବୁଦିନ ଙ୍କ ପ୍ରରୋଚନା ରେ ପଡି କାର୍ଯ୍ୟ କରୁଛନ୍ତି । ଯେଉଁମାନେ କି ମାଧୁରୀ ଲୁଗୁନ ଙ୍କ ଅଧ୍ଯକ୍ଷା ପଦ କୁ ଗ୍ରହଣ କରି ପାରିନାହାଁନ୍ତି। ଯାହା ଫଳରେ କି ପୌରପାଳିକା କାର୍ଯ୍ୟ ରେ ଅସ୍ଥିରତା ଦେଖା ଦେଇଛି। ଏମଡି ଇରଫାନ ନିଜ କାର୍ଯ୍ୟାଳୟ କୁ ଅପବ୍ୟବହାର କରୁଛନ୍ତି। ଯାହା ଫଳରେ ରାଜଗାଙ୍ଗପୁର ରେ ବିଜେଡି ନିଜର ପରିଚୟ ହଜାଇବାକୁ ବସିଛି। ପୂର୍ବରୁ ଅମରେଶ ଚନ୍ଦ୍ର ପଣ୍ଡା ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ କରଯାଇଥିଲା। ଉପାଧ୍ୟକ୍ଷ ଏମଡି ଇରଫାନ,ଅମରେଶ ଚନ୍ଦ୍ର ପଣ୍ଡା ଓ ଜିତେନ୍ଦ୍ର ଦାସ ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ଦଳରୁ ନିଲମ୍ବିତ କରାଯାଉ ବୋଲି ଲଖିତ ଭାବେ ଜଣାଇଛନ୍ତି। ଗତକାଲି ପୌରପାଳିକା ର ଅଧ୍ୟକ୍ଷା ଙ୍କ ସମେତ ବିଜେଡି କାଉନସିଲର ଓ ବରିଷ୍ଠ କର୍ମୀମାନେ ଶଙ୍ଖ ଭବନ ରେ ବିଜୁ ଜନତା ଦଳର ଉପାଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ନେତା ଅରୁଣ ସାହୁ, ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା,ପ୍ରଣବ ପ୍ରକାଶ ଦାସ ଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଆଗକୁ ବିଚାର କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।





